NAYAGADA TODAY=ଓଡ଼ିଆ ଜାତିର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ଐତିହ୍ୟର ସ୍ମୃତିକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ନୟାଗଡ଼ରେ ବୋଇତ ବନ୍ଦାଣ ଯାତ୍ରା ଉତ୍ସବ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଉତ୍ସବ କମିଟି ପକ୍ଷରୁ ଏନେଇ ବ୍ୟାପକ ଆୟୋଜନ କରାଯାଉଥିବା ବେଳେ ସହରରେ ଉତ୍ସବକୁ ନେଇ ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଛି।ନୟାଗଡ଼ ସହରର ଦକ୍ଷିଣ କାଳୀ ମନ୍ଦିର ନିକଟସ୍ଥ ମଣ୍ଡା ବାଗାନ ପଡ଼ିଆଠାରେ ଏହି ଉତ୍ସବ ଆୟୋଜନ କରାଯିବ। ଏହି ଉତ୍ସବ ମାଧ୍ୟମରେ ପ୍ରାଚୀନ ସାଧବ ପୁଅମାନଙ୍କ ସାମୁଦ୍ରିକ ବାଣିଜ୍ୟ, ବାଲିଯାତ୍ରା ଓ ଓଡ଼ିଆ ଅସ୍ମିତାର ଗୌରବମୟ ଇତିହାସକୁ ନୂତନ ପିଢ଼ିଙ୍କ ନିକଟରେ ପହଞ୍ଚାଇବା ସହ ଲୋକକଳା ଓ ସଂସ୍କୃତିର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦିଆଯାଉଛି।ଉତ୍ସବକୁ ସରସ, ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି। ଆଗାମୀ ଦିନରେ ଏହି ଉତ୍ସବ ନୟାଗଡ଼ର ସାଂସ୍କୃତିକ ଐତିହ୍ୟକୁ ନୂତନ ପରିଚୟ ଦେବା ସହ ସହରବାସୀଙ୍କ ମଧ୍ୟରେ ଭାଇଚାରା ଓ ଏକତାର ବାର୍ତ୍ତା ବହନ କରିବ ବୋଲି ଆଶା କରାଯାଉଛି।
You might also like