ରାମଚଣ୍ଡି ଉଚ୍ଚ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ମାନ୍ୟତା ଦାବି, ଉପଜିଲ୍ଲାପାଳଙ୍କୁ ଦାବିପତ୍ର

NAYAGADA TODAY-ଗଡ଼ିଆସାହି ପଞ୍ଚାୟତ ଅନ୍ତର୍ଗତ ନଟବରପୁର ଶାସନସ୍ଥିତ ରାମଚଣ୍ଡି ଉଚ୍ଚ ବିଦ୍ୟାଳୟକୁ ସମସ୍ତ ଆବଶ୍ୟକ ଯୋଗ୍ୟତା ଥିବା ସତ୍ତ୍ୱେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ମାନ୍ୟତାରୁ ବଞ୍ଚିତ କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଏହି ପରିପ୍ରେକ୍ଷୀରେ ଅଞ୍ଚଳବାସୀଙ୍କ ପକ୍ଷରୁ ଏକ ଦାବିପତ୍ର ନୟାଗଡ଼ ଉପଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡାଙ୍କୁ ପ୍ରଦାନ କରାଯାଇଛି। ବିଦ୍ୟାଳୟର ସମସ୍ତ ଯୋଗ୍ୟତା ଓ ଭିତ୍ତିଭୂମିକୁ ବିଚାରକୁ ନେଇ ଏହାକୁ ଆଦର୍ଶ ବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବାକୁ ଦାବି ହୋଇଛି।ଏହି ଦାବି ପୂରଣ ହେଲେ ଅଞ୍ଚଳର ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷା ସୁବିଧା ପାଇପାରିବେ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

You might also like