NAYAGADA TODAY-ଆସନ୍ନ ବାତ୍ୟା “ଅକ୍ବାନ୍”ର ପ୍ରଭାବୀ ମୁକାବିଲା ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସ୍ଥାନାନ୍ତରଣ ବ୍ୟବସ୍ଥା, ସମ୍ବଳ ସଂଗ୍ରହ, ବିଭାଗୀୟ ସମନ୍ୱୟ ଓ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥାର ସମୀକ୍ଷା କରାଯାଇ ସମସ୍ତ ବିଭାଗକୁ ସତର୍କ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀମତୀ ରଥ ନାଟୁଗାଁ ଓ ପଣ୍ଡୁସର ଗ୍ରାମପଞ୍ଚାୟତ ଅଧୀନ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଆଶ୍ରୟସ୍ଥଳୀର ବ୍ୟବସ୍ଥା, ସ୍ଥାନାନ୍ତରଣ ପ୍ରସ୍ତୁତି ଓ ବିଭିନ୍ନ ବିଭାଗର ସଜାଗତାକୁ ଯାଞ୍ଚ କରିଛନ୍ତି । ଅଧିକାରୀମାନଙ୍କୁ ସତର୍କ ରହିବା, ଆବଶ୍ୟକସ୍ଥଳେ ସମୟୋପଯୋଗୀ ସ୍ଥାନାନ୍ତରଣ ସୁନିଶ୍ଚିତ କରିବା, ପାଣିପାଗ ସମ୍ପର୍କିତ ପରାମର୍ଶ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ପାଇଁ ସମସ୍ତ ପ୍ରସ୍ତୁତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମତୀ ରଥ।