ଡାକ୍ତରଙ୍କ କାର୍ଯ୍ୟରେ ଅବହେଳା ଅଭିଯୋଗ, ନୟାଗଡ଼ ଟାଉନ ଥାନାରେ ଏତଲା

NAYAGADA TODAY-ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଅନିଲ କୁମାର ସାମନ୍ତରାୟଙ୍କ ନାମରେ କାର୍ଯ୍ୟରେ ଅବହେଳା ଅଭିଯୋଗ ଆଣି ନୟାଗଡ଼ ଟାଉନ ଥାନାରେ ଏତଲା ଦିଆଯାଇଛି।ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ତଥା ନୟାଗଡ଼ ଓକିଲ ସଂଘର ରଣଜିତ ଦାସ ଏହି ଏତଲା ଦାଖଲ କରିଛନ୍ତି। ଜଣେ କାର୍ଯ୍ୟରତ ଡାକ୍ତରଙ୍କ ବିରୋଧରେ ଏଭଳି ଅଭିଯୋଗ ଥାନାରେ ପହଞ୍ଚିବା ପରେ ଜିଲ୍ଲାରେ ଚିକିତ୍ସା ସେବା ଓ ଡାକ୍ତରଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।ତେବେ ଏତଲାରେ ଡାକ୍ତରଙ୍କ ବିରୋଧରେ କେଉଁ କେଉଁ ନିର୍ଦ୍ଦିଷ୍ଟ ଅବହେଳାର ଅଭିଯୋଗ ଉଲ୍ଲେଖ ରହିଛି, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଅଭିଯୋଗର ସତ୍ୟାସତ୍ୟ ତଦନ୍ତ ସାପେକ୍ଷ।

You might also like