ନୟାଗଡ଼ରେ ମଞ୍ଚସ୍ଥ ହେବ ରହସ୍ୟ ରୋମାଞ୍ଚକର ନାଟକ ‘କୁଆଁରୀ କୋଠି’

NAYAGADA TODAY-ଆସନ୍ତା ୧୫ ନଭେମ୍ବର ରବିବାର ସନ୍ଧ୍ୟା ୭:୦୦ ଟିକା ସମୟରେ ପଠାଣି ସାମନ୍ତ ଅଡିଟୋରିୟମରେ ନାଟ୍ୟସଂସ୍ଥା ‘ତୃତୀୟ ନୟନ’ ପକ୍ଷରୁ ପରିବେଷିତ ହେବ ରହସ୍ୟ ରୋମାଞ୍ଚକର ନାଟକ ‘କୁଆଁରୀ କୋଠି’।କମ୍ରେଡ ବିଶ୍ୱନାଥ ମହାପାତ୍ରଙ୍କ ରଚିତ ଏବଂ ବରିଷ୍ଠ ନିର୍ଦ୍ଦେଶକ ଗଦାଧର ନନ୍ଦଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ନାଟକରେ  ନାଟକରେ ନୟାଗଡ଼ର ବହୁ ପ୍ରତିଭାବାନ କଳାକାର ଅଭିନୟ କରୁଥିବାବେଳେ ଭୁବନେଶ୍ୱରର ଶକ୍ତି ପ୍ରସାଦ ମିଶ୍ର ସଙ୍ଗୀତ ଏବଂ ‘ବିପି ସାଉଣ୍ଡସ୍’ ଶବ୍ଦ ଓ ଆଲୋକ ସଂଚାଳନ ଦାୟିତ୍ୱରେ ଅଛନ୍ତି। ଏହି ମଞ୍ଚ ପ୍ରଦର୍ଶନ ଅତି ଉଚ୍ଚକୋଟୀର ହେବ ବୋଲି ଆୟୋଜକମାନେ ଆଶାପ୍ରକାଶ କରିଛନ୍ତି। ସମସ୍ତ ନାଟ୍ୟପ୍ରେମୀ ଦର୍ଶକଙ୍କୁ ଏଥିରେ ଯୋଗଦେବାକୁ ନିବେଦନ।

You might also like