NAYAGADA TODAY-ଦଶପଲ୍ଲ୍ଲା ବ୍ଲକ ସରିଗଣ୍ଡା ମଣ୍ଡଳରେ ଆଜି ବିଧିବଦ୍ଧ ଭାବେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପୂର୍ବତନ ସଦସ୍ୟ ନିରଞ୍ଜନ ନାଏକ ଏବଂ ପୂର୍ବତନ ସରପଞ୍ଚ ପ୍ରସନ୍ନ ବେହେରାଙ୍କ ସହଯୋଗରେ ଏକାଧିକ ବିଜେଡ଼ି କର୍ମୀ ବିଜେପିରେ ସାମିଲ ହୋଇଥିବା ଜଣାପଡିଛି । ଏହି ଅବସରରେ ତେଣ୍ଡାବାଡ଼ି ଏବଂ ଘୁଗୁଡ଼ିପଡ଼ା ପଞ୍ଚାୟତର ଏକାଧିକ କର୍ମୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ଏନଏସି ମଣ୍ଡଳ ପ୍ରଭାରୀ ସୌମ୍ୟ ରଞ୍ଜନ ରଥ, ପୋଖରୀଗୋଛା ସମିତିସଭ୍ୟ ବାପୁଜୀ କୁମାର ସାହୁ, ସରିଗଣ୍ଡା ମଣ୍ଡଳ ସଂଯୋଜକ ସନ୍ତୋଷ କୁମାର ପ୍ରଧାନ, ବାଣୀଗୋଛା ମଣ୍ଡଳ କୋର୍ଡିନେଟର ଗୋବିନ୍ଦ ବିଶ୍ୱାଳ, ମଧ୍ୟଖଣ୍ଡ ମଣ୍ଡଳ ପ୍ରଭାରୀ ସଞ୍ଜୟ କୁମାର ରାଉତ, ମଧ୍ୟଖଣ୍ଡ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଜ୍ଞାନ ରଞ୍ଜନ ରାଉତ, ବାବୁଲା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ନେତୃମଣ୍ଡଳୀ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଲୋକପ୍ରିୟତା, କାର୍ଯ୍ୟଶୈଳୀ ଏବଂ ବିଜେପି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।