NAYAGADA TODAY-ଦଶପଲ୍ଲ୍ଲ ବ୍ଲକ ଅନ୍ତର୍ଗତ ତେଣ୍ଡାବାଡ଼ି ଗ୍ରାମପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଦଳର ବହୁ ବରିଷ୍ଠ କର୍ମକର୍ତ୍ତା ଯୋଗଦେଇ ସାଂଗଠନିକ ସ୍ଥିତି ଓ ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।ସମ୍ମିଳନୀରେ ବର୍ତ୍ତମାନର ଡବଲ ଇଞ୍ଜିନ ସରକାରଙ୍କ ବିଭିନ୍ନ ବିଫଳତା ନେଇ ଦଳୀୟ ନେତାମାନେ ସମାଲୋଚନା କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଜନକଲ୍ୟାଣକାରୀ କାର୍ଯ୍ୟକୁ ସ୍ମରଣ କରିଥିଲେ।ଏହି ଅବସରରେ ବିଜେପି ସମେତ ଅନ୍ୟ ଦଳ ଛାଡ଼ି ୫୦ରୁ ଊର୍ଦ୍ଧ୍ୱ ଯୁବକ ଓ ବରିଷ୍ଠ କର୍ମୀ ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେଇଥିଲେ। ନୂତନ ଭାବେ ଯୋଗଦେଇଥିବା କର୍ମୀମାନଙ୍କୁ ଦଳୀୟ ନେତୃବୃନ୍ଦ ସ୍ୱାଗତ କରିଥିଲେ। ଏହି ଯୋଗଦାନ ତେଣ୍ଡାବାଡ଼ି ପଞ୍ଚାୟତରେ ବିଜେଡିର ସାଂଗଠନିକ ଶକ୍ତିକୁ ଆହୁରି ମଜବୁତ କରିବ ବୋଲି ଦଳୀୟ ମହଲରେ ଆଶା ପ୍ରକାଶ l