NAYAGADA TODAY-ଭତ୍ତl ପାଇଁ ଅପେକ୍ଷା ର ଯୁଗ ସରିଲା, କଥା ଦେଇ କଥା ରଖିଲେ ସରକାର, ବ୍ଲକ ନୂତନ ସମ୍ମିଳନୀ କକ୍ଷ ପଞ୍ଚାୟତ ସମିତି କକ୍ଷ ରେ ଭତ୍ତl ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ସୂଚନା ଅନୁଯାୟୀ ରାଜ୍ୟର ବୃଦ୍ଧବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ମଧୁବାବୁ ପେନସନ ଯୋଜନାରେ ଦୀର୍ଘଦିନ ଧରି ରହିଥିବା କୋଟା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ଫଳରେ ଯୋଗ୍ୟ ହିତାଧିକାରୀମାନେ ଆଉ ପେନସନ ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ।ନଭେମ୍ବର ୧୦ ତାରିଖରେ ବାଲେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହି ଘୋଷଣା କରିଛନ୍ତି। ଯୋଜନାରେ ନୂତନ ଭାବେ ୫ ଲକ୍ଷ ୫ ହଜାର ୮୧୭ ଜଣଙ୍କୁ ସାମିଲ କରାଯାଇଥିବା ବେଳେ ରାଜ୍ୟର ମୋଟ ହିତାଧିକାରୀ ସଂଖ୍ୟା ୪୧ ଲକ୍ଷ ୮୦ ହଜାର ୮୨୫ରେ ପହଞ୍ଚିଛି।ଏଥିପାଇଁ ସରକାର ପ୍ରତିବର୍ଷ ଅତିରିକ୍ତ ୬୨୫ କୋଟି ଟଙ୍କା ବ୍ୟୟ କରିବେ। ଏହା ସହିତ ପେନସନ ବଣ୍ଟନ ବ୍ୟବସ୍ଥାକୁ ସରଳ ଓ ସ୍ୱଚ୍ଛ କରିବା ପାଇଁ ୟୁନିଫାଏଡ୍ ପେନସନ ମ୍ୟାନେଜମେଣ୍ଟ ପୋର୍ଟାଲ (UPMP) ମଧ୍ୟ ଆରମ୍ଭ କରାଯାଇଛି।ନୂତନ ହିତାଧିକାରୀମାନେ ଅକ୍ଟୋବର ଓ ନଭେମ୍ବର ମାସର ଭତ୍ତା ଏକାଠି ପାଇବେ। ଡିସେମ୍ବର ମାସଠାରୁ ପ୍ରତିମାସ ୧୫ ତାରିଖରେ ନିୟମିତ ଭାବେ ଭତ୍ତା ପ୍ରଦାନ କରାଯିବ। ୮୦ ବର୍ଷ ବୟସ ପୂରଣ କରୁଥିବା ହିତାଧିକାରୀଙ୍କୁ ଆବେଦନ ନକରି ସ୍ୱତଃସ୍ଫୂର୍ତ୍ତ ଭାବେ ମାସିକ ୩,୫୦୦ ଟଙ୍କାର ବର୍ଦ୍ଧିତ ପେନସନ ମିଳିବ।