NAYAGADA TODAY-ରଣପୁର ରେଞ୍ଜ ଅଫିସ୍ ପରିସରରେ ନବନିର୍ମିତ ଷ୍ଟାଫ୍ ବାରାକ୍ ଉଦ୍ଘାଟିତ ହୋଇଯାଇଛି। ମାନ୍ୟବର ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏହାକୁ ନିଜ କରକମଳରେ ଉଦ୍ଘାଟନ କରିଛନ୍ତି।ବନ ବିଭାଗର କର୍ମଚାରୀଙ୍କ ସୁବିଧା, ସୁରକ୍ଷା ଓ କାର୍ଯ୍ୟଦକ୍ଷତାକୁ ଗୁରୁତ୍ୱ ଦେଇ ଏହି ନୂତନ ଭିତ୍ତିଭୂମି ନିର୍ମାଣ କରାଯାଇଛି। ଏହାଦ୍ୱାରା କର୍ମଚାରୀମାନେ ଉନ୍ନତ ରହଣି ସୁବିଧା ପାଇବା ସହ ରଣପୁର ଅଞ୍ଚଳରେ ବନ ବିଭାଗର କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବାରେ ସହାୟତା ମିଳିବ। ବନ ବିଭାଗର ଭିତ୍ତିଭୂମି ବିକାଶ ଦିଗରେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।