ନୟାଗଡ଼ ସ୍ଵଂୟଶାସିତ ମହାବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ପରାମର୍ଶ କ୍ରମେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ନୟାଗଡ଼ ସ୍ଵଂୟଶାସିତ ମହାବିଦ୍ୟାଳୟରେ ଆଇନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଅଛି । ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ଗାନ ସହିତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି, ଅଞ୍ଜଳି ମଛଖଣ୍ଡ ଛାତ୍ରଛାତ୍ରୀଙ୍କ ପଠନ ଛାଡ ଏବଂ ପାଠ ପଢା ସୁଯୋଗର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ସବ ଜଜ ସତ୍ୟବ୍ରତ ରଣା, ଶିକ୍ଷା ଅଧିକାର ଆଇନ, ଶିକ୍ଷା ପାଇବାର ସୁବିଧା ଅସୁବିଧା, ମଧ୍ୟାହ୍ନ ଭୋଜନ ଏବଂ ଅନ୍ୟାନ୍ୟ ସୁବିଧା ତଥା ଯାନ୍ତ୍ରିକ ଜ୍ଞାନ ଉପରେ ବିଶଦ ବର୍ଣ୍ଣନା କରିଥିଲେ । ବରିଷ୍ଠ ଓକିଲ ରମେଶ ଚନ୍ଦ୍ର ମହାରଣା ଭାରତୀୟ ନ୍ୟାୟ ସଂହିତାର ଧାରା ବୁଝାଇଥିଲେ । ସଦସ୍ୟ ମହମ୍ମଦ ଓମାର ମାଲ୍ଲିକ ଦେଶ , ଜାତୀୟତା, ସମ୍ବିଧାନ ଏବଂ ଶାନ୍ତି ସଂହତିର ଆବଶ୍ୟକତା ଦର୍ଶାଇଥିଲେ । କମ୍ୟୁନିଟି ରେଡିଓ ସେଣ୍ଟରର ନିର୍ଦ୍ଦେଶକ ଶିଶିର କୁମାର ଦାସ ଛାତ୍ର ସମାଜର ସୁରକ୍ଷା ଏବଂ ରାଷ୍ଟ୍ର ଗଠନରେ ଭୂମିକା ସୂଚାଇଥିଲେ । ଓକିଲ କାମାକ୍ଷା ପ୍ରସାଦ ଦାସ ଶିକ୍ଷାୟତନରେ ଶିକ୍ଷା ସୁବିଧାର ଗାଣିତିକ ତଥ୍ୟ ଉପସ୍ଥାପନ କରିଥିଲେ ।

ସଚିବ ଅଞ୍ଜଳି ମଛଖଣ୍ଡ ସମ୍ବିଧାନର ମୁଖବନ୍ଧ ଆଲୋଚନା କରିବା ସହିତ ଛାତ୍ର ସମାଜ ଶୃଙ୍ଖଳିତ ହୋଇ ଲକ୍ଷ୍ୟ ହାସଲ ସହିତ ଉତ୍ତମ ଦେଶ ଓ ସମାଜ ଗଠନରେ ଆଗଭର ହେବାପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦ, ପି. ସି. ଆଇ ସଂଯୋଜିକା ସୂଚିସ୍ମିତା ପ୍ରିୟଦର୍ଶିନୀ ବାଳିକା ସୁରକ୍ଷା ଏବଂ ଶିକ୍ଷା ସୁଯୋଗ ଆଲୋଚନା କରିଥିଲେ ।ବାଣିଜ୍ୟ ବିଭାଗ ମୁଖ୍ୟ ଡ଼ଃ. ଲକ୍ଷ୍ମୀଧର ସାହୁ ଛାତ୍ର ସମାଜ କିଭଳି ବିଭିନ୍ନ ଭାବେ ନିଜ ନିଜର କ୍ୟାରିଅର ଗଠନ କରିବା ତାହା ଦୃଷ୍ଟାନ୍ତ ମୂଳକ ଭାବେ ବାଖ୍ୟା କରିଥିଲେ । ଛାତ୍ର ଛାତ୍ରୀମାନେ ପ୍ରଶ୍ନୋତ୍ତର ମାଧ୍ୟମରେ ନିଜ ନିଜର ଆଭିମୁଖ୍ୟ ରଖିଥିଲେ । ପ୍ରାଧିକରଣ କର୍ମଚାରୀ ଗଦାଧର ବିଶ୍ବାଳ, ପବନ କୁମାର ବେହେରା , ପ୍ରଶାନ୍ତ କୁମାର ସାହୁ ଏବଂ ରାଜେଶ କୁମାର ବାରିକ, ଗ୍ରାମ୍ୟ ଆଇନ ସହାୟତା କର୍ମୀ, ପ୍ରମୋଦ କୁମାର ମହାନ୍ତି, ରମେଶ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଭରପ୍ରାପ୍ତ ଅଧ୍ୟକ୍ଷା ଡ଼ଃ. ମୌସୁମୀ ମହାପାତ୍ର କାର୍ଯ୍ୟକ୍ରମର ଉପଯୋଗୀତା ଦର୍ଶାଇବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ ।

You might also like