NAYAGADA TODAY-ରାଜ୍ୟରେ ପୁନର୍ବାର ବସ୍ ଭଡ଼ା ବୃଦ୍ଧି କରାଯିବା ସାଧାରଣ ଜନତାଙ୍କ ପାଇଁ ଗଭୀର ଚିନ୍ତାର ବିଷୟ ପାଲଟିଛି । ଦରଦାମ୍ ବୃଦ୍ଧି ସାଙ୍ଗକୁ ବାରମ୍ବାର ଯାତ୍ରୀବାହୀ ବସ୍ ଭଡ଼ା ବଢ଼ାଇ ସରକାର ସାଧାରଣ ଖଟିଖିଆ, ମଧ୍ୟବିତ୍ତ ପରିବାର ଏବଂ ଦୈନିକ ଯାତ୍ରୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ଲଦି ଦେଇଛନ୍ତି ବୋଲି ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।ଶ୍ରୀ ଦାଶ କହିଛନ୍ତି ଯେ, ଏହି ଭଡ଼ା ବୃଦ୍ଧି ଦ୍ୱାରା ରାଜ୍ୟର ହଜାର ହଜାର ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହେବେ । ପ୍ରତିଦିନ ଶିକ୍ଷାନୁଷ୍ଠାନକୁ ଯିବାଆସିବା କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ବଡ଼ ଆର୍ଥିକ ସମସ୍ୟା ସୃଷ୍ଟି କରିବ । ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଏହି ବର୍ଦ୍ଧିତ ବସ୍ ଭଡ଼ା ପ୍ରତ୍ୟାହାର କରନ୍ତୁ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ସେ ଦାବି କରିଛନ୍ତି