NAYAGADA TODAY-ନୟାଗଡ଼ ସଦର ଥାନା ଅନ୍ତର୍ଗତ ମାଳିସାହି ଗ୍ରାମରେ ଅବସ୍ଥିତ ବ୍ରିଟିଶ ଅମଳର ପୁରାତନ ଫାଣ୍ଡିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଉଦ୍ୟମକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଫାଣ୍ଡିକୁ ପୂର୍ବ ସ୍ଥାନରୁ ହଟାଇ ନ ନେବା ପାଇଁ ମାଳିସାହି ଗ୍ରାମବାସୀଙ୍କ ପକ୍ଷରୁ ନୟାଗଡ଼ ଜିଲ୍ଲାପାଳଙ୍କୁ ଏକ ଦରଖାସ୍ତ ପ୍ରଦାନ କରାଯାଇଛି।ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଦୀର୍ଘ ବର୍ଷ ଧରି ଏହି ଫାଣ୍ଡି ମାଳିସାହି ଓ ଆଖପାଖ ଅଞ୍ଚଳର ଆଇନଶୃଙ୍ଖଳା ରକ୍ଷା ସହ ଜନସାଧାରଣଙ୍କ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛି। ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲେ ସାଧାରଣ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।ତେଣୁ ଜନସାଧାରଣଙ୍କ ସ୍ୱାର୍ଥ ଓ ଅଞ୍ଚଳର ସୁରକ୍ଷାକୁ ଦୃଷ୍ଟିରେ ରଖି ମାଳିସାହି ଫାଣ୍ଡିକୁ ପୂର୍ବ ସ୍ଥାନରେ ଅବ୍ୟାହତ ରଖିବା ସହ ସ୍ଥାନାନ୍ତର ନିଷ୍ପତ୍ତିକୁ ବାତିଲ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି।