NAYAGADA TODAY-ପବିତ୍ର ବଡ଼ଓଷା ତଥା କାର୍ତ୍ତିକ ମାସର ଶେଷ ସୋମବାର ଅବସରରେ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲାର ବାଘେରାସ୍ଥିତ ପ୍ରସିଦ୍ଧ ବାବା ଧବଳେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ଏହି ସଫେଇ ଅଭିଯାନ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଓ ବରିଷ୍ଠ କଂଗ୍ରେସ ନେତା ମନୋଜ ସାହୁଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇ ମନ୍ଦିର ପରିସର ସଫେଇ କରିଥିଲେ।ପବିତ୍ର ଧାର୍ମିକ ଅବସରରେ ମନ୍ଦିରର ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହ ସ୍ୱଚ୍ଛତା ପ୍ରତି ସାମାଜିକ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କଂଗ୍ରେସ କର୍ମୀଙ୍କ ଏହି ସାମୂହିକ ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ କରାଯାଇଛି l