NAYAGADA TODAY-ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରିନ୍ସ ହୋଟେଲଠାରେ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ ସାମ୍ବାଦିକ ଖଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା କଂଗ୍ରେସ ପ୍ରଭାରୀ ମାନସ ଚୌଧୁରୀ ଯୋଗଦେଇ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାସଙ୍କ ସମେତ ମନୋଜ କୁମାର ସାହୁ, ସତ୍ୟ ପ୍ରକାଶ ନାୟକ, ହୁସେନ ଖାଁ, କମଳ ଲୋଚନ ସାହୁ, ଛାତ୍ର ସଂସଦ ସଭାପତି ଶିବପ୍ରସାଦ ସାହୁ, ଦିଲୀପ ବିଶୋଇ, ଅରବିନ୍ଦ ପାଢ଼ୀ, ସୁରେନ୍ଦ୍ର ନାୟକ ଓ ଜିତେନ୍ଦ୍ର ଦଳେଇଙ୍କ ସମେତ ଜିଲ୍ଲା କଂଗ୍ରେସ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସାମ୍ପ୍ରତିକ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ଓ ସାମାଜିକ ସମସ୍ୟା ଉପରେ ଭାବ ବିନିମୟ ସହ ଆଲୋଚନା ହୋଇଥିଲା। କଂଗ୍ରେସ ନେତୃବୃନ୍ଦ ଓ ସାମ୍ବାଦିକଙ୍କ ମଧ୍ୟରେ ଏହି ଖଟି କାର୍ଯ୍ୟକ୍ରମ ଏକ ମତ ବିନିମୟର ମାଧ୍ୟମ ପାଲଟିଥିଲା।