NAYAGADA TODAY-ରଣପୁର ସ୍ଥିତ ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଯାନର ଶୁଭ ଉଦ୍ଘାଟନ କରାଯାଇଛି। ନୂତନ ଅଗ୍ନିଶମ ଯାନକୁ ପତାକା ପ୍ରଦର୍ଶନ କରି ବାଚସ୍ପତି ସୁରମା ପାଢ଼ୀ ଏହାର ଶୁଭାରମ୍ଭ କରିବା ସହ ଅତ୍ୟାଧୁନିକ ଅଗ୍ନି ନିର୍ବାପକ ଯନ୍ତ୍ରପାତି ମଧ୍ୟ ଲୋକାର୍ପଣକରିଥିଲେ l ଏହି ଅବସରରେ ରଣପୁର ଅଗ୍ନିଶମ କେନ୍ଦ୍ରକୁ ଏକ ଆଦର୍ଶ ଅଗ୍ନିଶମ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବା ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା। ନୂତନ ଅଗ୍ନିଶମ ଯାନ ଓ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗୁଁ ଅଞ୍ଚଳରେ ଅଗ୍ନିକାଣ୍ଡ ଭଳି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଅଧିକ ସହଜ ଓ ତ୍ୱରିତ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି।କାର୍ଯ୍ୟକ୍ରମରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ରଙ୍ଗୀନ ମହାନ୍ତିଙ୍କ ସମେତ ଅଗ୍ନିଶମ କେନ୍ଦ୍ରର ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ସ୍ଥାନୀୟ ଅଧିବାସୀ ଉପସ୍ଥିତ ଥିଲେ।