NAYAGADA TODAY-ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ନୟାଗଡ, ବିଡ଼ିଓ ଦଶପଲ୍ଲା , ଅତିରିକ୍ତ ତହସିଲଦାର ଓ ବୃତ୍ତଙ୍ଗ ଅଧୂକାରୀଙ୍କ ଉପସ୍ଥିତିରେ ବୃତ୍ତଙ୍ଗ ନଦୀ ବନ୍ଧ ବାସଚ୍ୟୁତ ସଂଗ୍ରାମ ସମିତିର ସଦସ୍ୟମାନଙ୍କର ୧୮ ଦଫା ଦାବି ଉପରେ ଗୁରୁହା ସ୍କୁଲ ପଡ଼ିଆଠାରେ ଏକ ବିଶେଷ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଭୂମି ଅଧୂଗ୍ରହଣ କ୍ଷତିପୂରଣ, ପ୍ରଭାବିତ ଅଞ୍ଚଳର ସମ୍ପତି ସର୍ଭେ, R&R ପ୍ୟାକେଜ୍ ଏବଂ ପୁନର୍ବାସ ଓ ଥଇଥାନ କଲୋନୀ ସମ୍ପର୍କିତ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ସ୍ଥାନୀୟ ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରି ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେଉଠିଥିବାସମସ୍ୟାଗୁଡ଼ିକର ତ୍ବରିତ ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।