NAYAGADA TODAY-ଜିଲ୍ଲାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ସହ ନୃତ୍ୟ ପ୍ରତିଭାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏମ୍ଏସ୍ବି ବଜାଜ୍,ସୃଜନୀକା ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବୟସ ବର୍ଗର ନୃତ୍ୟଶିଳ୍ପୀମାନେ ଭାଗ ନେଇ ନିଜର କଳା ପ୍ରଦର୍ଶନ କରିପାରିବେ।ପ୍ରତିଯୋଗିତାରେ ୮ରୁ ୧୮ ବର୍ଷ ବୟସର ପ୍ରତିଯୋଗୀ ଭାଗ ନେଇପାରିବେ। ଶାସ୍ତ୍ରୀୟ ଓ ଆଧୁନିକ ସମେତ ବିଭିନ୍ନ ପ୍ରକାରର ନୃତ୍ୟ ପରିବେଷଣର ସୁଯୋଗ ରହିଛି। ପ୍ରତ୍ୟେକ ପ୍ରତିଯୋଗୀଙ୍କ ପାଇଁ ନୃତ୍ୟ ପରିବେଷଣର ସମୟସୀମା ୩ ମିନିଟ୍ ରଖାଯାଇଛି। ନୃତ୍ୟ ପାଇଁ ଆବଶ୍ୟକ ପୋଷାକ ଓ ସାମଗ୍ରୀ ପ୍ରତିଯୋଗୀମାନେ ନିଜେ ଆଣିବାକୁ ପଡ଼ିବ।ଆସନ୍ତା ନଭେମ୍ବର15 ତାରିଖ ରବିବାର ସକାଳ 8ଟା ୩୦ ମିନିଟ୍ରେ ପ୍ରତିଯୋଗିତା ଆରମ୍ଭ ହେବ। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବିଜେତାଙ୍କୁ ନଗଦ ଅର୍ଥରାଶି ସହ ମେମୋଣ୍ଟୋ ଓ ପ୍ରମାଣପତ୍ର ପ୍ରଦାନ କରାଯିବ। ପ୍ରତିଯୋଗୀମାନେ ନିଜ ନୃତ୍ୟର ଗୀତ ପେନ୍ଡ୍ରାଇଭ୍ରେ ଆଣିବାକୁ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।ଏହି ପ୍ରତିଯୋଗିତା ଜିଲ୍ଲାର ଉଦୀୟମାନ ନୃତ୍ୟଶିଳ୍ପୀଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ଉତ୍ତମ ମଞ୍ଚ ଯୋଗାଇଦେବ ବୋଲି ଆଶା କରାଯାଉଛି।