ନୟାଗଡ଼ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦୌଡ଼ରେ ପ୍ରତିକ ମହାପାତ୍ର (ଲିଙ୍କନ)*

NAYAGADA TODAY-ନୟାଗଡ଼ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପଦ ପାଇଁ ଚଳିତ ନିର୍ବାଚନରେ ଯୁବ ନେତା ପ୍ରତିକ ମହାପାତ୍ର (ଲିଙ୍କନ) ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଶ୍ରୀ ମହାପାତ୍ର ଦୀର୍ଘ ୧୦ ବର୍ଷ ହେଲା କଂଗ୍ରେସ ସଂଗଠନ ସହ ଜଡ଼ିତ ରହି ନିଷ୍ଠାର ସହ କାର୍ଯ୍ୟ କରି ଆସୁଛନ୍ତି। ପୂର୍ବରୁ ସେ ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ, ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଏବଂ ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ଭାବେ ଦାୟିତ୍ଵ ତୁଲାଇଛନ୍ତି।ବର୍ତ୍ତମାନ ସେ ଶରଣକୁଳ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ନୟାଗଡ଼ ୩ ନମ୍ବର ଜୋନ୍ କଂଗ୍ରେସ କମିଟିର ସଭାପତି ଦାୟିତ୍ଵରେ ଅଛନ୍ତି।ନାମାଙ୍କନ ପତ୍ର ଦାଖଲ ପରେ ଶ୍ରୀ ମହାପାତ୍ର କହିଛନ୍ତି, “ନୟାଗଡ଼ର ଯୁବକମାନଙ୍କ ସ୍ୱର ହେବା ପାଇଁ ମୁଁ ଏହି ନିର୍ବାଚନ ଲଢ଼ୁଛି। ବେରୋଜଗାରୀ, ଶିକ୍ଷା ଏବଂ ଯୁବକମାନଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରହିବ। ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ରେ ଯୁବ କଂଗ୍ରେସକୁ ମଜବୁତ୍ କରିବା ମୋର ଲକ୍ଷ୍ୟ।”ତାଙ୍କ ନାମାଙ୍କନ ପରେ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଯୁବ କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

You might also like