NAYAGADA TODAY-ନିଖୋଜ ପୁଅର ସନ୍ଧାନ ପାଇଁ ବିଭିନ୍ନ ଥାନାର ଦ୍ୱାରସ୍ଥ ହେବା ସତ୍ତ୍ୱେ ମିଳୁନି ସନ୍ତୋଷଜନକ ସୂଚନା। ଶେଷରେ ନ୍ୟାୟ ଓ ପୁଅକୁ ଖୋଜିବା ଆଶାରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବାପା।ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଇକିରି ଗ୍ରାମ ପଞ୍ଚାୟତର ନାଛିପୁର ଗ୍ରାମର ସନାତନ ନାହାକ ନିଖୋଜ ହେବା ଘଟଣାକୁ ନେଇ ପରିବାର ଲୋକେ ଚିନ୍ତାରେ ଅଛନ୍ତି। ପୁଅକୁ ଖୋଜିବା ପାଇଁ ପରିବାର ପକ୍ଷରୁ ବାରମ୍ବାର ଉଦ୍ୟମ କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳୁନାହିଁ।ସୂଚନା ଅନୁଯାୟୀ, ନାଛିପୁର ଗ୍ରାମର କୈଳାସ ନାହାକଙ୍କ ପୁଅ ସନାତନ ନାହାକ ଗତ ୧ ନଭେମ୍ବର ୨୦୨୬ ତାରିଖ ଭୋର ପ୍ରାୟ ୫ଟା ସମୟରେ ନିଜ ଠିକାଦାରଙ୍କୁ ଫୋନ୍ କରି ଘରକୁ ଫେରୁଥିବା ଜଣାଇଥିଲେ। ଏହି ସୂଚନା ଠିକାଦାର ତାଙ୍କ ପରିବାରକୁ ଦେଇଥିଲେ। କିନ୍ତୁ ସନାତନ ଆଉ ଘରେ ପହଞ୍ଚି ନଥିଲେ। ଏହାପରେ ପରିବାର ଲୋକେ ଓ ସମ୍ପର୍କୀୟମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ।