ନୟାଗଡ଼ରେ ଉଦ୍‌ଘାଟିତ ହେଲା ଆଧାର ସେବା କେନ୍ଦ୍ର, ଆଉ ଆଧାର କାମ ପାଇଁ ଭୁବନେଶ୍ୱର ଦୌଡ଼ିବାକୁ ପଡ଼ିବନି ଜିଲ୍ଲାବାସୀଙ୍କୁ।


NAYADADA TODAY-ନୟାଗଡ଼ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ଜିଲ୍ଲାରେ ନୂତନ ଆଧାର ସେବା କେନ୍ଦ୍ର ଉଦ୍‌ଘାଟିତ ହେବା ପରେ ଏଣିକି ଆଧାର ସମ୍ବନ୍ଧୀୟ ବିଭିନ୍ନ ସେବା ପାଇବା ଓ ଅଭିଯୋଗର ସମାଧାନ ପାଇଁ ଭୁବନେଶ୍ୱରସ୍ଥିତ ରାଜ୍ୟ ଆଧାର କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ। ଏହି କେନ୍ଦ୍ରରେ ନୂତନ ଆଧାର ପଞ୍ଜୀକରଣ ସହ ନାମ, ଜନ୍ମତାରିଖ, ଠିକଣା, ମୋବାଇଲ ନମ୍ବର, ଇ-ମେଲ୍ ଓ ଶାରୀରିକ ପରିଚୟ ସମ୍ବନ୍ଧୀୟ ତଥ୍ୟର ସଂଶୋଧନ ଓ ନବୀକରଣ କରାଯାଇପାରିବ। ବିଶେଷକରି ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ନୂତନ ଆଧାର ପଞ୍ଜୀକରଣ ସୁବିଧା ମଧ୍ୟ ଏଠାରେ ଉପଲବ୍ଧ ହେବ। ଏଥିସହ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ କେନ୍ଦ୍ରକୁ ଆସିବାକୁ ଅସମର୍ଥ ବ୍ୟକ୍ତିଙ୍କ ପାଇଁ ଘରେ ପହଞ୍ଚି ଆଧାର ସେବା ଯୋଗାଇବାର ବ୍ୟବସ୍ଥା ରହିଛି। ଛାତ୍ରଛାତ୍ରୀଙ୍କ ବାଧ୍ୟତାମୂଳକ ଶାରୀରିକ ପରିଚୟ ତଥ୍ୟ ନବୀକରଣ ପାଇଁ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ସ୍ୱତନ୍ତ୍ର ଶିବିର ମଧ୍ୟ ଆୟୋଜନ କରାଯିବ। ଏହି କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ନୟାଗଡ଼ ଜିଲ୍ଲାବାସୀଙ୍କ ଯାତାୟାତ ସମୟ ଓ ଖର୍ଚ୍ଚ କମିବା ସହ ଆଧାର ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଅଧିକ ସହଜ, ସୁବିଧାଜନକ ଓ ତ୍ୱରିତ ହୋଇପାରିବ।

You might also like