ନୟାଗଡ଼ରେ ୧୧ ତାରିଖରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀଭୋଟ ବଚାଅ–ଦେଶ ବଚାଅ’ ପ୍ରସଙ୍ଗରେ ଗଣମାଧ୍ୟମ ସହ ଆଲୋଚନା କରିବେ ଏଆଇସିସି ପର୍ଯ୍ୟବେକ୍ଷକ
ନୟାଗଡ଼: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର କାର୍ଯ୍ୟସୂଚୀ ଅନୁଯାୟୀ ଦେଶବ୍ୟାପୀ ଚାଲିଥିବା ‘ଭୋଟ ବଞ୍ଚାଓ –ଦେଶ ବଞ୍ଚାଓ ’ ଅଭିଯାନକୁ ନେଇ ନୟାଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯିବ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ଏଆଇସିସି ପର୍ଯ୍ୟବେକ୍ଷକ ପି.ସି. ଶର୍ମା।ଆସନ୍ତା ୧୧ ନଭେମ୍ବର ୨୦୨୬, ବୁଧବାର ଦିନ ସକାଳ ୧୦ଟାରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି (ଡିସିସି) କାର୍ଯ୍ୟାଳୟରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ।ଏନେଇ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ରଣଜିତ ଦାଶ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ କରିବା ସହ ସମସ୍ତଙ୍କ ସହଯୋଗ ଓ ଉପସ୍ଥିତି କାମନା କରିଛନ୍ତି।ଏହି ଅଭିଯାନ ମାଧ୍ୟମରେ ଭୋଟର ତାଲିକାର ସ୍ୱଚ୍ଛତା ଓ ଗଣତାନ୍ତ୍ରିକ ଅଧିକାର ସମ୍ପର୍କିତ ପ୍ରସଙ୍ଗକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଦଳର ଉଦ୍ଦେଶ୍ୟ ରହିଛି।