ନୟାଗଡ଼ ବ୍ଲକର ନୂତନ ଏବିଡିଓ ହେଲେ ପ୍ରିୟଦର୍ଶିନୀ ବରାଳ, 

NAYAGADA TODAY-ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଭିନ୍ନ ବ୍ଲକରେ ବଡ଼ ଧରଣର ପ୍ରଶାସନିକ ଅଦଳବଦଳ କରାଯାଇଛି। ଏହି କ୍ରମରେ ନୟାଗଡ଼ ବ୍ଲକର ଏବିଡିଓ (ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ) ରତିକାନ୍ତ ସାହୁଙ୍କର ନିମାପଡ଼ା ବ୍ଲକକୁ ବଦଳି ହୋଇଛି। ସେହିପରି ନିମାପଡ଼ା ବ୍ଲକରେ କାର୍ଯ୍ୟରତ ପ୍ରିୟଦର୍ଶିନୀ ବରାଳଙ୍କୁ ନୟାଗଡ଼ ବ୍ଲକର ନୂତନ ଏବିଡିଓ ଭାବେ ନିଯୁକ୍ତି ଦିଆଯାଇଛି। ଏହି ପ୍ରଶାସନିକ ଅଦଳବଦଳ ପରେ ନୟାଗଡ଼ ବ୍ଲକରେ ନୂତନ ଏବିଡିଓଙ୍କ ଦାୟିତ୍ୱ ଗ୍ରହଣକୁ ନେଇ ଆଶା ପ୍ରକାଶ ପାଇଛି। ନୂତନ ଅଧିକାରୀଙ୍କ ନେତୃତ୍ୱରେ ବ୍ଲକ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ଓ ପଞ୍ଚାୟତସ୍ତରୀୟ ପ୍ରଶାସନିକ କାର୍ଯ୍ୟ ଅଧିକ ଗତିଶୀଳ ହେବ ବୋଲି ଆଶା କରାଯାଉଛି।

You might also like