NAYAGADA TODAY-ନୟାଗଡ଼ ମହାବିଦ୍ୟାଳୟରେ ଆଜି ଅନୁଷ୍ଠିତ ଯୁବ ମହୋତ୍ସବରେ ବିଚାରକମାନଙ୍କ ମୂଲ୍ୟାୟନକୁ ନେଇ ବିବାଦ ଦେଖାଦେଇଛି। ମହୋତ୍ସବରେ ଫୋକ୍ ଡ୍ୟାନ୍ସ ଓ ଫୋକ୍ ସଙ୍ଗ୍ ପରିବେଷଣ ଲାଇଭ୍ରେ କରିବାକୁ ନିର୍ଦ୍ଦେଶ ରହିଥିବା ସତ୍ତ୍ୱେ କେତେକ ପ୍ରତିଯୋଗୀ ରେକର୍ଡ ଗୀତ ବଜାଇ ପରିବେଷଣ କରିଥିବା ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ, ରେକର୍ଡ ଗୀତରେ ପରିବେଷଣ କରିଥିବା ପ୍ରତିଯୋଗୀଙ୍କୁ ପ୍ରଥମ ସ୍ଥାନ ଦିଆଯାଇଥିବା ବେଳେ ଲାଇଭ୍ରେ ନୃତ୍ୟ ପରିବେଷଣ କରିଥିବା ମଦରଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦ୍ୱିତୀୟ ସ୍ଥାନରେ ରଖାଯାଇଛି। ଏହାକୁ ନେଇ ପ୍ରତିଯୋଗୀ ଓ ସ୍ଥାନୀୟ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ଯଦି ପ୍ରତିଯୋଗିତା ପାଇଁ ନିର୍ଦ୍ଦିଷ୍ଟ ନିୟମାବଳୀ ରହିଥିଲା, ତେବେ ସେହି ନିୟମକୁ ଉଲ୍ଲଂଘନ କରିଥିବା ପ୍ରତିଯୋଗୀଙ୍କୁ କେଉଁ ଆଧାରରେ ପ୍ରଥମ ସ୍ଥାନ ଦିଆଗଲା ବୋଲି ପ୍ରଶ୍ନ ଉଠିଛି। ବିଚାରକମାନେ କେଉଁ ମାନଦଣ୍ଡ ଆଧାରରେ ମୂଲ୍ୟାୟନ କଲେ, ତାହାର ସ୍ପଷ୍ଟୀକରଣ ଦାବି ହୋଇଛି।ଏହି ଘଟଣାର ନିରପେକ୍ଷ ତଦନ୍ତ କରି ମୂଲ୍ୟାୟନ ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇଛି କି ନାହିଁ, ତାହାର ସତ୍ୟତା ସାମ୍ନାକୁ ଆଣିବାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଜନସାଧାରଣ। ଯୁବ ପ୍ରତିଭାଙ୍କ ଉତ୍ସାହ ଓ ନ୍ୟାୟସଙ୍ଗତ ମୂଲ୍ୟାୟନକୁ ଗୁରୁତ୍ୱ ଦେଇ ପ୍ରଶାସନ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଦାବି ହୋଇଛି