NAYAGADA TODAY-ନୟାଗଡ଼ ପୌରପରିଷଦ ଅଧୀନ ଏନଏସି ଉଚ୍ଚ ବିଦ୍ୟାଳୟ ଠାରୁ ରାମେଶ୍ୱର ସାହି ପର୍ଯ୍ୟନ୍ତ ରାସ୍ତାର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ର ଅଳ୍ପଦିନ ନଯାଉଣୁ ରାସ୍ତାର ବିଭିନ୍ନ ସ୍ଥାନ ଭୁଶୁଡ଼ିବା ଆରମ୍ଭ ହୋଇଛି। ଫଳରେ ରାସ୍ତାର ନିର୍ମାଣ ଓ ମରାମତି କାର୍ଯ୍ୟର ମାନକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।ଲକ୍ଷାଧିକ ଟଙ୍କା ବ୍ୟୟରେ ହୋଇଥିବା ଏହି କାମ ଏତେ କମ୍ ଦିନ ମଧ୍ୟରେ ନଷ୍ଟ ହେବା ପଛରେ କାରଣ କ’ଣ? ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଛି କି, ନା କାମର ତଦାରଖରେ ଅବହେଳା କରାଯାଇଛି? ଏହାର ନିରପେକ୍ଷ ତଦନ୍ତ କରି ଦାୟୀ ଠିକାଦାର ଓ ଅଧିକାରୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବା ସହ ରାସ୍ତାର ସ୍ଥାୟୀ ମରାମତି କରିବାକୁ ଦାବି ହେଉଛି।